ବିବାଦରେ ବଲିଉଡ ଅଭିନେତ୍ରୀ ସୁସ୍ମିତା ସେନ: ପୁଣି ଭାଇରାଲ ହେଲା ଶ୍ରୀଲିଙ୍ଗରାଜ ମନ୍ଦିର ବେଢ଼ା ଫଟୋ

ପୁଣି ଭାଇରାଲ ହେଲା ଶ୍ରୀଲିଙ୍ଗରାଜ ମନ୍ଦିର ବେଢ଼ା ଫଟୋ। କଡ଼ା ସୁରକ୍ଷା ସତ୍ତ୍ବେ ମନ୍ଦିର ବେଢ଼ା ଫଟୋ ଭାଇରାଲ ହୋଇଛି। ଏଥିର ଏଭଳି ଅଭିଯୋଗ ବଲିଉଡ ଅଭିନେତ୍ରୀ ସୁସ୍ମିତା ସେନଙ୍କ ନାମରେ ଆସିଛି।

ଭୁବନେଶ୍ବର: ପୁଣି ଭାଇରାଲ ହେଲା ଶ୍ରୀଲିଙ୍ଗରାଜ ମନ୍ଦିର ବେଢ଼ା ଫଟୋ। କଡ଼ା ସୁରକ୍ଷା ସତ୍ତ୍ବେ ମନ୍ଦିର ବେଢ଼ା ଫଟୋ ଭାଇରାଲ ହୋଇଛି। ଏଥିର ଏଭଳି ଅଭିଯୋଗ ବଲିଉଡ ଅଭିନେତ୍ରୀ ସୁସ୍ମିତା ସେନଙ୍କ ନାମରେ ଆସିଛି। ସୁସ୍ମିତା ଭୁବନେଶ୍ବରରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସିଥିଲେ। ସେହି ସମୟରେ ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରିଥିଲେ। ମହାପ୍ରଭୁଙ୍କ ଦର୍ଶନ କରିବା ସହ ମନ୍ଦିର ଭିତର ବେଢ଼ାରେ ଫଟୋ ଉଠାଇଥିଲେ।

ସୁସ୍ମିତାଙ୍କ ଫଟୋ ଉଠାଇଥିବା ସେବାୟତ ସୋସିଆଲ ମିଡିଆରେ ଏହି ଫଟୋ ସେୟାର କରିଛନ୍ତି।  ତାଙ୍କର ଏହି ଫଟୋ ଏବେ ଭାଇରାଲ ହେବାରେ ଲାଗିଛି। ଶ୍ରୀଲିଙ୍ଗରାଜ ମନ୍ଦିର ମୁଖ୍ୟଦ୍ୱାରରେ ସୁରକ୍ଷା କର୍ମୀ ମୁତୟନ ଅଛନ୍ତି। ଭକ୍ତ ପ୍ରବେଶ ବେଳେ ତନ୍ନ ତନ୍ନ କରି ଯାଞ୍ଚ କରାଯାଉଛି। ମନ୍ଦିର ଭିତରକୁ କ୍ୟାମେରା, ମୋବାଇଲ ଓ ବ୍ୟାଗ ବାରଣ କରାଯାଇଛି। ଏପରି ସ୍ଥଳେ ଜଣେ କିଭଳି ଫଟୋ ଉଠାଇ ପାରିଲେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏ ସମ୍ପକରେ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ ରୁଦ୍ର ପ୍ରସାଦ ମହାନ୍ତିଙ୍କୁ ପଚାରିବାରୁ ସେ କୁହନ୍ତି, ଏ ସମ୍ପର୍କରେ ଟ୍ରଷ୍ଟ ବୋର୍ଡକୁ ଅବଗତ କରାଯିବ।

Spread the love

Leave a Reply

Your email address will not be published. Required fields are marked *