ଭାରତ ସହ ଉତ୍ତେଜନା ଭିତରେ ପାକିସ୍ତାନର ଷ୍ଟକ ମାର୍କେଟ କ୍ରାସ୍ କରିଛି । କରାଚି ଷ୍ଟକ ଏକ୍ସଚେଞ୍ଜର ପ୍ରମୁଖ ସୂଚକାଙ୍କ ବେଞ୍ଚମାର୍କ କେଏସଇ- ୧୦୦ କାରବାର ସମୟରେ ୩ ହଜାର ୨୦୦ ଅଙ୍କ ତଳକୁ ଖସିଆସିଛି ।

ଇସ୍ଲାମ୍ବାଦ: ଭାରତ ସହ ଉତ୍ତେଜନା ଭିତରେ ପାକିସ୍ତାନର ଷ୍ଟକ ମାର୍କେଟ କ୍ରାସ୍ କରିଛି । କରାଚି ଷ୍ଟକ ଏକ୍ସଚେଞ୍ଜର ପ୍ରମୁଖ ପ୍ରମୁଖ ସୂଚକାଙ୍କ ବେଞ୍ଚମାର୍କ କେଏସଇ- ହଣ୍ଡ୍ରେଡ ୧୦୦ କାରବାର ସମୟରେ ୩ ହଜାର ୨୦୦ ଅଙ୍କ ତଳକୁ ଖସିଆସିଛି । ଯାହାକୁ ନେଇ ନିବେଶକଙ୍କ ମଧ୍ୟରେ ହାହାକାର ଖେଳିଯାଇଛି ।
ଭାରତର ଆକ୍ରମଣ ଭୟରେ ପାକିସ୍ତାନ ସେୟାର ମାର୍କେଟ ବଡ଼ ଧରଣର କ୍ଷତି ସହିଛି । ମଙ୍ଗଳବାର ସନ୍ଧ୍ୟାରେ ପାକିସ୍ତାନ ସୂଚନା ମନ୍ତ୍ରୀ ଆତା ଉଲ୍ଲା ତାରଡ କହିଥିଲେ ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଆଗାମୀ ୨୪ରୁ ୪୮ ଘଣ୍ଟା ଭିତରେ ଆକ୍ରମଣ କରିପାରେ ଭାରତ ଏହି ବୟାନ ପରେ ପାକିସ୍ତାନ ସେୟାର ବଜାରରେ ଅନିଶ୍ଚିତତା ଦେଖା ଦେଇଥିଲା ।
ବୁଧବାର କାରବାର ଶେଷ ହେବା ବେଳକୁ କେଏସଇ- ହଣ୍ଡ୍ରେଡର ୧ ଲକ୍ଷ ୧୧ ହଜାର ୧୯୨ ଦଶମିକ ୯୨କୁ ଖସି ଆସିଛି । ଦିନ ସାଢେ ଗୋଟାଏରେ ଇଣ୍ଡେକ୍ସ ସର୍ବନିମ୍ନସ୍ତରକୁ ଖସି ୩ ହଜାର ୨୫୫ ଦଶମିକ ୪୨ରେ କାରବାର କରିଥିଲା ।