ପିଇଓଙ୍କୁ ବାନ୍ଧିଲା ଭିଜିଲାନ୍ସ,ଜାଲ ଦସ୍ତଖତ ସରପଞ୍ଚଙ୍କ କରି ସରକାରୀ ଅନୁଦାନ ୩କୋଟି ୨୬ ଲକ୍ଷ ଲଗାଇଥିଲେ ବେଟିଂରେ ।

୨୨।୩ (ଟିମ୍ dprime news)କଳାହାଣ୍ଡି ଜିଲାର ଥୁଆମୁଳ ରାମପୁର ବ୍ଲକ ପୋଡାପଦର ଓ ତଲନାଗି ପଞ୍ଚାୟତର ସରକାରୀ ଅନୁଦାନର ୩ କୋଟି ୨୬ ଲକ୍ଷ ଟଙ୍କା କ୍ରିକେଟ ବେଟିଂରେ ଲଗେଇବା ଅଭିଯୋଗରେ ପିଇଓ ଦେବାନନ୍ଦ ସାଗରଙ୍କୁ ଭିଜିଲାନ୍ସ ବିଭାଗ ଗିରଫ କରଛି। ଅଭିଯୋଗ ହେବା ପରେ ତାଙ୍କୁ ନିଲମ୍ବିତ କରାଯାଇଛି। ସ୍ଥାନୀୟ ସରପଞ୍ଚଙ୍କ ଜାଲ ଦସ୍ତଖତ କରି ଉପରୋକ୍ତ ଟଙ୍କାକୁ ସେ ଲୁଟି ନେଇଥିବା ତଦନ୍ତରୁ ଜଣାପଡିଛି।ସେହିପରି ଏହି ଅନୁଦାନ ୧୫ତମ ସିଏଫସି ଓ ପଞ୍ଚଦଶ ଏସଏଫସି ଟଙ୍କା ବୋଲି ସୂଚନାମିଳିଛି। ତଲନାଗି ପଞ୍ଚାୟତର ୧କୋଟି ୭୧ଲକ୍ଷ ୮୬ହଜାର ୩୪୨ ଓ ପୋଡାପଦର ପଞ୍ଚାୟତର ୧ କୋଟି ୫୫ଲକ୍ଷ ୭୫୮ଟଙ୍କାଙ୍କୁ ଅନ୍‌ଲାଇନରେ ନିଜ ଆକାଉଣ୍ଟକୁ ନେଇ ସେ କ୍ରିକେଟ ବେଟିଂରେ ଲଗାଇ ଖେଳିଥିବା ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *