ମନମୁଣ୍ଡା ଥାନାରେ ଅଗ୍ନିକାଣ୍ଡ: ଜବତ ୨ଟି କାର୍‌

ବୌଦ୍ଧ,୨୧।୩: ବୌଦ୍ଧ ଜିଲ୍ଲାର ମନମୁଣ୍ଡା ଥାନା ପରିସରରେ ଶୁକ୍ରବାର ଏକ ଅଘଟଣ ଘଟିଛି। ଥାନା ପରିସରରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ୨ଟି କାର୍‌ ଜବତ କରାଯାଇଛି। କାର ୨ଟି ପୋଡି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି।ଯାହା ସୂଚନା ମୁତାବକ, କୌଣସି କାରଣରୁ ଥାନା ପରିସରରେ ଥିବା ଦୁର୍ଗା ମନ୍ଦିର ନିକଟ ଏକ ଶୁଖିଲା ଗଛରେ ନିଆଁ ଲାଗିଯାଇଥିଲା। ଏହା ବ୍ୟାପି କାର୍‌ରେ ନିଆଁ ଲାଗିଯାଇଥିଲା। ଖବର ପାଇ ସ୍ଥାନୀୟ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ହେଲେ କାର୍‌ ୨ଟି ପୋଡି ନଷ୍ଟ ହୋଇଯାଇଛି।

Spread the love

Leave a Reply

Your email address will not be published. Required fields are marked *