
ଏକତରଫା ପ୍ରେମରୁ ବିଚିତ୍ର କାଣ୍ଡ ଘଟିଛି। ଗଞ୍ଜାମ ଜିଲ୍ଲା ଗୋପାଳପୁର ଥାନା କରାପଲ୍ଲୀ ଗାଁରେ ଘଟିଯାଇଛି ଏକ ଜଘନ୍ୟ ହତ୍ୟାକାଣ୍ଡ । ଜଣେ ନାବାଳିକାଙ୍କୁ ବିଭତ୍ସ ଭାବେ ହତ୍ୟା କରାଯାଇଛି…
ବ୍ରହ୍ମପୁର: ଏକତରଫା ପ୍ରେମରୁ ଜଘନ୍ୟ କାଣ୍ଡ ଘଟିଛି। ଗଞ୍ଜାମ ଜିଲ୍ଲା ଗୋପାଳପୁର ଥାନା କରାପଲ୍ଲୀ ଗାଁରେ ଘଟିଯାଇଛି ଏକ ଲୋମଟାଙ୍କୁଆ ହତ୍ୟାକାଣ୍ଡ । ଜଣେ ନାବାଳିକାଙ୍କୁ ବିଭତ୍ସ ଭାବେ ହତ୍ୟା କରାଯାଇଛି । ଘରେ ପଶି ନାବାଳିକାଙ୍କ ଶରୀରକୁ ହାଣି ପକାଇଛନ୍ତି ପ୍ରାଗଳ ପ୍ରେମୀ ।
ଘର ଭିତରେ ନାବାଳିକାଙ୍କ ରକ୍ତ ଭିଜା ମୃତଦେହ ବହୁ ସମୟ ପଡ଼ି ରହିବା ପରେ ଖବର ପାଇଁ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ଏକତରଫା ପ୍ରେମରୁ ଏ ହତ୍ୟାକାଣ୍ଡ ଘଟିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।ଅଭିଯୁକ୍ତ ଯୁବକଙ୍କର ଘର ଖୋର୍ଦ୍ଧା ଜିଲ୍ଲା ଜଟଣୀ ଥାନା ଅଞ୍ଚଳରେ ବୋଲି ଜଣାପଡ଼ିଛି । କିଛିଦିନ ହେବ ନାବାଳିକାଙ୍କୁ ଯୁବକ ଜଣକ ଏକତରଫା ପ୍ରେମ କରୁଥିଲେ ।ଏ ନେଇ ନାବାଳିକାଙ୍କ ଘର ଲୋକେ ଥାନାରେ ଯୁବକଙ୍କ ନାଁରେ ପୂର୍ବରୁ ଅଭିଯୋଗ କରିଥିଲେ । ତେବେ ସୁଯୋଗ ଦେଖି ଅଭିଯୁକ୍ତ ଘରେ ପଶି ଏଭଳି କାଣ୍ଡ ଭିଆଇଥିବା ମୃତ ନାବାଳିକାଙ୍କ ଘର ଲୋକେ କହିଛନ୍ତି।
ଯୁବକ ଜଣକ ଘରେ ପଶି ନାବାଳିକାଙ୍କ ଶରୀରକୁ ବ୍ଲେଡରେ କାଟିବା ସହିତ ମୁଣ୍ଡକୁ ଶାବଳରେ ଛେଚି ଦେଇଥିବା ଅଭିଯୋଗ ହୋଇଛି। ପୁଲିସ ଘଟଣାର ତଦନ୍ତ ଜାରି ରଖିଛି । ତଦନ୍ତ ପରେ ହତ୍ୟାର ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି ।